କେନ୍ଦୁଝର ସାଇନ(ଜ୍ଞାନରଞ୍ଜନ ମିଶ୍ର): ଏମଏମଡିଆର ସଂଶୋଧନ ଆଇନ-୨୦୨୬ ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚଙ୍କ ରାୟକୁ ନିଷ୍ଫଳ କରିବା ଉଦ୍ଦେଶ୍ୟରେ ଅଣାଯାଇଛି। ଦେଶର ସଂଘୀୟ ବ୍ୟବସ୍ଥା ମଧ୍ୟରେ ରାଜ୍ୟ ମାନଙ୍କର କ୍ଷମତା ଓ ଅଧିକାରକୁ ସଙ୍କୁଚିତ କରିବା ଏହାର ଉଦ୍ଦେଶ୍ୟ।ଏହା ପେସା ଆଇନ ଓ ଜଙ୍ଗଲ ଅଧିକାର ଆଇନ ବିରୋଧରେ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। ଖଣିଜ ସମ୍ପଦରେ ସମୃଦ୍ଧ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଓ କୃଷକ ସମୁଦାୟଙ୍କୁ ସେମାନଙ୍କ ଘରବାଡ଼ି, ଚାଷଜମି ଓ ଜୀବିକାରୁ ସମ୍ପୂର୍ଣ୍ଣ ଭାବେ ବିସ୍ଥାପିତ କରିବା ଏହାର ଉଦ୍ଦେଶ୍ୟ। ଖଣିଜ ସମ୍ପଦରେ ସମୃଦ୍ଧ ରାଜ୍ୟଗୁଡ଼ିକର ଲୋକମାନଙ୍କୁ ପ୍ରଦୂଷଣର ବିଷାକ୍ତ କବଳରେ ଗଣହତ୍ଯା ଆଡ଼କୁ ଠେଲିଦେବା ଏହାର ଉଦ୍ଦେଶ୍ୟ।
ଏମଏମଡିଆର ସଂଶୋଧନ ଆଇନ-୨୦୨୬ ରାଜ୍ୟ ମାନଙ୍କର ଜମି, ଜଳ, ଜଙ୍ଗଲ, ଘରବାଡ଼ି ଓ ଜୀବିକାକୁ ଉଚ୍ଛେଦ କରିବା ଉଦ୍ଦେଶ୍ୟରେ ଅଣାଯାଇଥିବାରୁ, ଏହି ସଂଶୋଧନ ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ପିସିସି ମୁଖ୍ୟ ପର୍ଯ୍ୟବେକ୍ଷକ ତଥା ବରିଷ୍ଟ ବିଧାୟକ ତାରାପ୍ରସାଦ ବାହିନୀପତି ବୁଧବାର କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି l ଆସନ୍ତା ଅକ୍ଟୋବର ୭ ତାରିଖରେ କଂଗ୍ରେସ ଓ ତାର ସହଯୋଗୀ ଦଳକୁ ନେଇ ଏକ ବିରାଟ ସଭା କରାଯିବ ବୋଲି କହିଛନ୍ତି l
ଏଆଇସିସି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳଙ୍କ ନିର୍ଦ୍ଦେଶରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଆହ୍ୱାନକ୍ରମେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଦିଗଦର୍ଶନରେ କେନ୍ଦୁଝର ଜ଼ିଲ୍ଲା କଂଗ୍ରେସ ସଭାପତି ଇଂ ମନୋଜ କୁମାର ଜେନାଙ୍କ ସଭାପତିତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି କେନ୍ଦୁଝର ଜନସାଧାରଣ ସଜାଗ ହୋଇ ଆମର ହକ ପାଇଁ ଲଢେଇ କରିବା ପାଇଁ ସହଯୋଗ ପାଇଁ ନିବେଦନ କରିଛନ୍ତି l ଏହି ପିସିସି ପର୍ଯ୍ୟବେକ୍ଷକ ଟିମରେ ପିସିସି ସାଧାରଣ ସମ୍ପାଦକ ସଞ୍ଜୀବ ଗିରି, ପିସିସି ସାଧାରଣ ସମ୍ପାଦକ ବିଶ୍ୱଜିତ ଦାଶ, ପିସିସି ସାଧାରଣ ସମ୍ପାଦକ ମନୋଜ ରାଉତ, ପିସିସି ସମ୍ପାଦକ ସଂଗ୍ରାମ ଦାସ, ରାଜ୍ୟ ଆଦିବାସୀ କଂଗ୍ରେସ ସଭାପତି ଯଶୋବନ୍ତ ନାରାୟଣ ସିଂହ ଲାଗୁରି, ପିସିସି ସମ୍ପାଦକ ତୁଷାର ତପସ୍ୱି, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ରାଜୀବ ପରିଡା, ଏତିହ୍ୟଦିବ୍ୟ ସିଂହ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ, ପୂର୍ବତନ ସାଂସଦ ପ୍ରାର୍ଥୀ ଈଂ ବିନୋଦ ବିହାରୀ ନାଏକ, ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ପୂର୍ବତନ ସାଂସଦ ଶକୁନ୍ତଳା ଲାଗୁରି, ନିର୍ମଳ ନାଏକ ପ୍ରମୁଖ ଉପସ୍ଥିତ ଥିଲେ l
