ଏଣିକି ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଗୋଟିଏ ବୋର୍ଡ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ରାଜ୍ୟରେ ଏଣିକି ଗୋଟିଏ ବୋର୍ଡ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ କାର୍ଯ୍ୟ କରିବ। ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ବର୍ତ୍ତମାନ ଥିବା ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ୍ ଏବଂ କାଉନସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ ବଦଳରେ ଗୋଟିଏ ବୋର୍ଡ ବ୍ୟବସ୍ଥା ଲାଗୁ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏ ନେଇ ସୋମବାର ଗଣଶିକ୍ଷା ସଚିବ ଡା.ଏନ୍ ତିରୁମାଲା ନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳିଛି। ଆଗକୁ ବିଏସଇ ଓ ସିଏଚଏସଇ ଅଲଗା ବୋର୍ଡ ଭାବେ ରହିବ ନାହିଁ। ଏହା ଗୋଟିଏ ବୋର୍ଡ ଅଧୀନରେ ରହିବ। 

         କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଢାଞ୍ଚା ଭଳି ହେବ। ସିବିଏସଇ ଯେପରି ପରୀକ୍ଷା ପରିଚାଳନା କରୁଛି, ଓଡିଶାରେ ମଧ୍ୟ ସେଭଳି ହେବ ବୋଲି ସଚିବ କହିଛନ୍ତି। ଏହି ନୂଆ ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ସରକାର ଏକ ଡ୍ରାଫ୍ଟ ଆଇନ ପ୍ରସ୍ତୁତ କରୁଛନ୍ତି। ଆଇନ ପ୍ରସ୍ତୁତ ହେବା ପରେ ଏହାକୁ କାର୍ଯ୍ୟକାରୀ କରାଯିବ।

Leave a Reply

Your email address will not be published. Required fields are marked *