ଯୁବ କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀ ଜନ୍ମଜୟନ୍ତୀ ପାଳିତ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଆଧୁନିକ ଭାରତର ନିର୍ମାତା, ଯୁବ ମାନସର ପ୍ରତୀକ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତଃ ରାଜୀବ ଗାନ୍ଧୀଙ୍କର ୮୦ତମ ଜନ୍ମଜୟନ୍ତୀ ସ୍ଥାନୀୟ କଂଗ୍ରେସ ଭବନରେ କେନ୍ଦୁଝର ଜ଼ିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ପାଳିତ ହୋଇଯାଇଛି l ଏହି ସଦଭାବନା ଦିବସରେ କଂଗ୍ରେସ ନେତା ମାନେ ସ୍ବର୍ଗତଃ ଗାନ୍ଧିଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

   ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ  ମହିଳା ସଶକ୍ତିକରଣ, ଶ୍ରମିକ ମାନଙ୍କୁ ୧୦୦ ଦିନର କାମ, ତ୍ରିସ୍ତରୀୟ ପଂଚାୟତ ରାଜ ବ୍ୟବସ୍ଥା, ଟେଲିକମ ଓ କମ୍ପୁଟରକରଣ ଏବଂ ୧୮ବର୍ଷରେ ଯୁବକମାନେ ଭୋଟ ଦାନ ଦେବା ସବୁ ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ସମୟର ଅବଦାନ ବୋଲି ସ୍ମୃତିଚାରଣ କରିଥିଲେ l

         ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡା, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ, ଜ଼ିଲ୍ଲା ଦଳିତ କଂଗ୍ରେସ ସଭାପତି ରଶ୍ମିରଞ୍ଜନ ଜେନା ଓ ବ୍ଲକ କଂଗ୍ରେସ ସଭାପତି ଉତ୍ତମ କୁମାର ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ କଂଗ୍ରେସ ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, ଜ଼ିଲ୍ଲା ଉପସଭାପତି ଲଳିତ ମୋହନ ନାୟକ, ପାଟଣା ବିଧାନସଭା ଯୁବ କଂଗ୍ରେସ ସଭାପତି ପରମେଶ୍ୱର ନାଏକ, ତେଲକୋଇ ବିଧାନସଭା ଯୁବ କଂଗ୍ରେସ ସଭାପତି ଗୌରହରି ପାତ୍ର, ବରିଷ୍ଠ କଂଗ୍ରେସ ନେତା ରତ୍ନାକର ଜେନା, ନଗର ସଭାପତି ଲୋକନାଥ ଟୁଡୁ, ପାଟଣା ବ୍ଲକ ସଭାପତି ଗୋବିନ୍ଦ ମହାନ୍ତ, କଂଗ୍ରେସ ନେତା ରଞ୍ଜିତ ଜେନା, ଚିତ୍ତରଞ୍ଜନ ରାଉତ, ପ୍ରଫୁଲ୍ଲ ଜେନା, କ୍ଷୀରୋଦ ପାତ୍ର, ଆର୍ତ୍ତତ୍ରାଣ ଦାସ, ରସାନନ୍ଦ ଜେନା, ଦୀନେଶ ରାଉତ, ପୂର୍ଣ୍ଣଚନ୍ଦ୍ର ଦାସ, ମହମ୍ମଦ ୟାସିନ, ମହିଳା ନେତ୍ରୀ ସବିତା ସାହୁ, ସୋନାଲି ମାରାଣ୍ଡି, ଯୁବ କଂଗ୍ରେସ ନେତା ସନତ ପାଢ଼ୀ, ଅମିତ କୁମାର ରାଉତ, ଆନନ୍ଦ ମାଝୀ, ବ୍ୟାସଦେବ ବେହେରା, ମାନସ ବେହେରା, ଅଭିଜିତ ବେହେରା, ସଂଗ୍ରାମ ବେହେରା ଏବଂ ଛାତ୍ର କଂଗ୍ରେସ ନେତା ଅଭିନାଶ ଓଝା, ଶୁଭମ ମହାନ୍ତ ଓ ପ୍ରଦୀପ ରାଉତ ପ୍ରମୁଖ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *