କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ୨୦୨୬-୨୦୨୭ ଶିକ୍ଷାବର୍ଷ ନିମନ୍ତେ ୨ ବର୍ଷିଆ ବିଏଡ୍, ଏମ୍ଏଡ୍, ବିଏଚ୍ଏଡ୍ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୨ ବର୍ଷିଆ ବିଏଡ୍, ଏମଏଡ୍, ବିଏଚ୍ଏଡ୍ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମନୋନୟନ ପ୍ରବେଶିକା ପରୀକ୍ଷା ମାଧ୍ୟମରେ କରାଯିବ। ଉକ୍ତ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀ ଆଜିଠାରୁ ସାମ୍ସ ପୋର୍ଟାଲକୁ ଯାଇ କମନ ଆପ୍ଲିକେସନ ଫର୍ମ (CAF) ପୂରଣ କରିପାରିବେ। ଅପ୍ରେଲ ୬ ଆବେଦନର ଶେଷ ତାରିଖ ରହିଛି। ଆବେଦନକାରୀଙ୍କ ସମସ୍ତ ତଥ୍ୟ ଓକାକ୍ ପକ୍ଷରୁ ଅପ୍ରେଲ ୧୩ ତାରିଖ ପରୀକ୍ଷା ପରିଚାଳନା କରୁଥିବା ଷ୍ଟେଟ୍ ସିଲେକ୍ସନ ବୋର୍ଡ (ଏସଏସବି)କୁ ପ୍ରଦାନ କରାଯିବ। ମେ’ ୨୭ରେ ପ୍ରବେଶିକା ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବ। ମେ’ ୩୧ରେ ବିଏଡ୍ ପାଠ୍ୟକ୍ରମ ଏବଂ ଜୁନ ୩ରେ ଏମ୍ଏଡ୍ ଏବଂ ବିଏଚ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
