ଲଗାଣ ବର୍ଷାରେ ବେହାଲ କେନ୍ଦୁଝର

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଜିଲ୍ଲାରେ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ଗାଁରୁ ସହର ସବୁଠି କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷକରି କେନ୍ଦୁଝରଗଡ ପୌଗ୍ନାଞ୍ଚଳରେ ପରିସ୍ଥିତି ଏଭଳି ହୋଇଛି ଯେ, ଲୋକେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । 

     ଏହି ପାଣି ଜମିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  କେନ୍ଦୁଝରଗଡ ପୌରପାଳିକା ଅନ୍ତର୍ଗତ ୯ ନମ୍ବର ୱାର୍ଡ ସ୍ପଞ୍ଜ କଲୋନୀ ଏବଂ ୮ନଂ ୱାର୍ଡ ଭାଲୁକିପତଳା ଅଞ୍ଚଳ ବର୍ଷା ଜଳରେ ସମ୍ପୂର୍ଣ୍ଣ ବୁଡି ରହିଛି । ଏଠାରେ ଅସରାଏ ବର୍ଷା ହେଲେ ଲୋକଙ୍କ ଘରେ ପାଣି ପଶିଥାଏ। ଯିବା ଆସିବା ପାଇଁ ରାସ୍ତାରେ ଆଣ୍ଠୁଏ ପାଣି ଭରି ରହିଥିବା ବେଳେ ଛାତ୍ରଛାତ୍ରୀ ଓ ମହିଳା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

     ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ କାଉନସିଲ୍‌ରଙ୍କ ଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଅନୁରୋଧ କରିଥଲେ ମଧ୍ୟ ଏହାର ସମାଧାନ ହେଇ ପାରୁନଥିବା ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଏହାର ଡ୍ରେନ୍ କରି ଅସୁବିଧାର ସମାଧାନ ହେଵ ବୋଲି ଆଶା ରଖିଛନ୍ତି ଅଞ୍ଚଳବାସୀ।

Leave a Reply

Your email address will not be published. Required fields are marked *