ନାସିଫକୁ ଚମ୍ପୁଆ ପୋଲିସର ଏନକାଉଣ୍ଟର

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ପୋଲିସକୁ ମିଳିଛି ବଡ଼ ସଫଳତା । ୩୦ରୁ ଉର୍ଦ୍ଧ୍ୱ ଚୋରି ମାମଲାର ମାଷ୍ଟରମାଇଣ୍ଡ ଏମ.ଡି ନାସିଫକୁ ସୋମବାର ସକାଳୁ ଚମ୍ପୁଆ ଥାନା ଅଞ୍ଚଳରେ ପୁଲିସ୍ କରିଛି ଏନକାଉଣ୍ଟର । କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ  ନାସିଫ ନାମରେ ୩୦ରୁ ଉର୍ଦ୍ଧ୍ୱ ଚୋରି ମାମଲା ରହିଛି।

    ସୋମବାର ସକାଳ ପ୍ରାୟ ୫ଟା ସମୟରେ ଚମ୍ପୁଆର ପତଳା ଜଙ୍ଗଲ ନିକଟରେ ପୋଲିସ ଅଭିଯୁକ୍ତ ନାସିଫକୁ ପିଛା କରୁଥିବା ବେଳେ ନାସିଫ୍ ପୋଲିସ ଉପରକୁ ୨ ରାଉଣ୍ଡ ଫାୟାରିଙ୍ଗ କରି ଖସିଯିବାକୁ ଚେଷ୍ଟା କରିଥିଲା । ତାହାର ପ୍ରତି ଉତ୍ତରରେ ପୋଲିସ ତାକୁ ଏନକାଉଣ୍ଟର କରିବାକୁ ନାସିଫର ଡାହାଣ ଗୋଡରେ ଗୁଳି ବାଜିଛି । ନାସିଫକୁ ପ୍ରଥମେ  ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ପ୍ରଥମିକ ଚିକିତ୍ସା ପରେ କେନ୍ଦୁଝର ଧରଣୀଧର ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇ ଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି ।

Leave a Reply

Your email address will not be published. Required fields are marked *