ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ଫଳ

ସାମ୍ସ ପୋର୍ଟାଲରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଶିକ୍ଷାବର୍ଷ ୨୦୨୬–୨୭ ପାଇଁ ଅନୁଷ୍ଠିତ କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ (CPET-୨୦୨୬)ର ପରୀକ୍ଷାଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ସାମ୍ସ (SAMS) ପୋର୍ଟାଲକୁ ଯାଇ ନିଜ ରେଜଲ୍ଟ ଦେଖିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

       ଉଚ୍ଚଶିକ୍ଷା ବିଭାଗ ଅନୁସାରେ, ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ–୨୦୨୬ ଆୟୋଜନ କରାଯାଇଥିଲା। ଏଥିପାଇଁ ମୋଟ ୫୮,୬୧୩ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବା ବେଳେ ୫୩,୯୦୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସର୍ବମୋଟ ୫୦ଟି ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

    ଚଳିତ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ୧୩୨ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ମୋଟ ୩୨,୩୦୯ଟି ସିଟ୍ ଉପଲବ୍ଧ ରହିଛି। କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ–୨୦୨୬ରେ ପ୍ରାପ୍ତ ମେରିଟ୍ ଆଧାରରେ ଆଡମିଶନ ପ୍ରକ୍ରିୟା ସମ୍ପନ୍ନ ହେବ।

ଉଚ୍ଚଶିକ୍ଷା ବିଭାଗ ସୂଚନା ଦେଇଛି ଯେ, ପିଜି ନାମଲେଖା ସମ୍ପର୍କିତ ସମୟସୂଚୀ ଓ କାଉନସେଲିଂ ବିବରଣୀ ଖୁବଶୀଘ୍ର ସାମ୍ସ ପୋର୍ଟାଲରେ ପ୍ରକାଶ କରାଯିବ। ତେଣୁ ପରୀକ୍ଷାର୍ଥୀମାନଙ୍କୁ ନିୟମିତ ଭାବେ ସାମ୍ସ ପୋର୍ଟାଲ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *