ପ୍ରଧାନମନ୍ତ୍ରୀ ମୋ ଗାଁକୁ ଆସିଥିବାରୁ କୃତଜ୍ଞ:ରାଷ୍ଟ୍ରପତି


କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ରାଜ୍ୟ ସରକାରଙ୍କ ଦ୍ବିତୀୟ ବର୍ଷ ପୂର୍ତ୍ତିରେ ମୟୂରଭଞ୍ଜ ପବିତ୍ର ମାଟିରେ  ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କରୁଛି ବୋଲି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମ କହିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ପାହାଡପୁରର ରାଇରଙ୍ଗପୁର ଅଞ୍ଚଳକୁ ମୋଦୀଜୀ ପ୍ରଥମ ଆଗମନ। ଏହ ପୂର୍ବରୁ ୨୦୦୪ରେ ରାଇରଙ୍ଗପୁର ଆସିଥିଲେ, ସେତେବେଳେ ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ବୋଲି ରାଷ୍ଟ୍ରପତି କହିଛନ୍ତି।

  ଓଡ଼ିଶା ପାଇଁ ଆଜି ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ହୋଇଛି। ମୟୂରଭଞ୍ଜ ପାଇଁ ଉନ୍ନତି ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରାଯାଇଛି। ପ୍ରଧାନମନ୍ତ୍ରୀ ମୋର ଛୋଟ ଗାଁକୁ ଆସିବା ମାଟି ପ୍ରତି ତାଙ୍କର ମୋହ ବୋଲି ରାଷ୍ଟ୍ରପତି କହିଛନ୍ତି। ଜନଜାତିଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଅନେକ କିଛି ଭେଟି ଦେଇଛନ୍ତି। ଏହାଦ୍ବାରା ସ୍ଥାନୀୟ ଜନଜାତି ଲୋକେ ବେଶ୍‌ ଉପକୃତ ହେବେ। ଯେଉଁସ୍ତରକୁ ଗଲେ ବି ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି।

   ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଇ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ସମୟ ଶାସନରେ ରହିବା ନେଇ ବଧାଇ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ ପାଇଁ ବିଶ୍ବରେ ସମ୍ମାନ ବଢ଼ିଛି। କୋଭିଡ ମହାମାରୀ ସମୟରେ ସାରା ବିଶ୍ବକୁ ଟୀକା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି ମହାମହିମ ।ମୋହନ ମାଝୀଙ୍କ ନେତୃତ୍ବରେ ରାଜ୍ୟକୁ ବହୁତ ପୁଞ୍ଜି ଆସିଛି। ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନିରବଚ୍ଛିନ୍ନ ଉଦ୍ୟମ କରୁଛନ୍ତି। ଜନଜାତି ଲୋକଙ୍କ ଜୀବନଶୈଳୀକୁ ଅନୁସରଣ କରିବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି।

Leave a Reply

Your email address will not be published. Required fields are marked *