କୁଖ୍ୟାତ ଅପରାଧି ପ୍ରଭାତ ମଲ୍ଲିକକୁ ସଦର ପୋଲିସର ଏନକାଉଣ୍ଟର

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କୁଖ୍ୟାତ ଅପରାଧି ପ୍ରଭାତ ମଲ୍ଲିକକୁ ସଦର ଥାନା ପୋଲିସ ମଙ୍ଗଳବାର ଭୋରରେ ୪୯ନଂ ଜାତୀୟ ରାଜପଥ ବେଲଦା ନିକଟ ମହୁଲଡିହା ପାଣି ଟାଙ୍କି ନିକଟରେ ଏନକାଉଣ୍ଟର କରିଥିବା କେନ୍ଦୁଝର ପୋଲିସ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି । ଅପରାଧି ଶ୍ରୀ ମଲ୍ଲିକ ଏକ ଦେଶୀ ବନ୍ଧୁକରୁ ପୋଲିସ ଉପରକୁ ଗୁଳି କରି ଫେରାର ହେବାକୁ ଉଦ୍ୟମ ସମୟରେ ପୋଲିସ ପକ୍ଷରୁ ଏନକାଉଣ୍ଟର କରାଯାଇଥିଲା । ଫଳରେ ପ୍ରଭାତର ଡାହାଣ ଆଣ୍ଠୁରେ ଗୁଳି ବାଜି ଆହତ ହେବାପରେ ତାକୁ ତୁରନ୍ତ ଜିଲ୍ଲା ଧରଣୀଧର ଭେଷଜ ଚିକିତ୍ସାଳୟରେ  ଭର୍ତ୍ତି କରାଯାଇଛି ।

      ଶ୍ରୀ ମଲ୍ଲିକଙ୍କ ନାମରେ ବିଭିନ୍ନ ଥାନାରେ ୪୦ରୁ ଉର୍ଦ୍ଧ୍ୱ ସଙ୍ଗୀନ ମାମଲା ରହିଥିବା ବେଳେ ବନ୍ଧୁକ ମୁନରେ ୮ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଲୁଟ୍ କରିଥିବା ପୋଲିସ ଜେରା ସମୟରେ ସ୍ୱିକାର କରିଛି । ସଦର ଥାନା ପକ୍ଷରୁ ଭାରତୀୟ ନ୍ୟାୟ ସହିତାର ବିଭିନ୍ନ ଧାରା ସମେତ ଆର୍ମସ୍ ଆକ୍ଟରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *