କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଚମ୍ପୁଆ ପୁଲିସକୁ ମିଳିଛି ବଡ଼ ସଫଳତା । ୬ ଆନ୍ତଃରାଜ୍ୟ ଡକାୟତ ଚମ୍ପୁଆ ପୁଲିସ ଦ୍ୱାରା ଗିରଫ । ଗିରଫ ପରେ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦେଇଥିବା ଚମ୍ପୁଆ ଆଇଆଇସି ସ୍ୱରୂପ ରଞ୍ଜନ ନାୟକ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ବିଭିନ୍ନ ଲୁଟ୍ ଓ ଛିନତାଇ ମାମଲାରେ ୬ ଜଣ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ସୋମବାର ଚମ୍ପୁଆ ପୁଲିସ ବିଭିନ୍ନ ଅଞ୍ଚଳରୁ ଗିରଫ କରିଛି ।
ଗିରଫ ବ୍ୟକ୍ତିମାନଙ୍କୁ ଝାଡ଼ଖଣ୍ଡ ମଝିଗାଁ ଅଞ୍ଚଳରୁ ଗିରଫ କରାଯାଇଛି । ଏମାନେ ହେଲେ ମହମ୍ମଦ ରାହାତ, ମହମ୍ମଦ ଆଜାଦ, ମହମ୍ମଦ ହୋସେନ, ମହମ୍ମଦ ଅମିଉଲା, ମହମ୍ମଦ ସଲିମ ଓ ମହମ୍ମଦ ତାଜିମ ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ବିଭିନ୍ନ ଡ଼କାୟତି ମାମଲାରେ ଜଡିତ ଏହି ୬ ଆନ୍ତଃରାଜ୍ୟ ଡକାୟତଙ୍କ ନାଁରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅନେକ ଡ଼କାୟତ ମାମଲା ରହିଛି ।
ଏମାନଙ୍କୁ ଗିରଫ କରିବାକୁ ଚମ୍ପୁଆ, ତୁରୁମୁଙ୍ଗା ପୁଲିସ ସହ, କେନ୍ଦୁଝର ପୁଲିସର ଏକ ସ୍ଵତନ୍ତ୍ର ଟିମ୍ ଝାଡ଼ଖଣ୍ଡ ମଝିଗାଁ ଅଞ୍ଚଳରେ ମିଳିତ ଭାବେ ଚଢ଼ାଉ କରିଥିଲେ । ଏଥିରେ ଡ଼କାୟତ ମାନଙ୍କୁ ଗିରଫ କରିବାରେ ଚମ୍ପୁଆ ପୁଲିସ ସକ୍ଷମ ହୋଇଛି । ଏମାନଙ୍କ ନାମରେ ଭାରତୀୟ ଦଣ୍ଡବିଧି ଆଇନଧାରା ୩୩୧(୩)/୩୦୫(ଏ ବିଏନଏସ) ପରିବର୍ତ୍ତିତ ହୋଇ ୩୩୧(୩)/୩୦୫(ଏ)୩(୫), ଚମ୍ପୁଆ ଥାନା କେସ ନଂ୧୬୯/୨୬ରେ ଏକ ମାମଲା ରୁଜୁ କରାଯାଇଛି । ଚମ୍ପୁଆ ଏସଡିପିଓ ରଶ୍ମିରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚମ୍ପୁଆ ଥାନା ଆଇଆଇସି ସ୍ୱରପ ରଞ୍ଜନ ନାୟକଙ୍କ ସ୍ୱତନ୍ତ୍ର ପୁଲିସ ଦଳ ଉକ୍ତ ଚଢାଉରେ ସାମିଲ ହୋଇ ଏହି ଆନ୍ତଃରାଜ୍ୟ ଲୁଟେରା ଦଳକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି ।
