କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ରାଜସ୍ବ ପ୍ରଶାସନ ଅଧୀନରେ କାର୍ଯ୍ୟରତ କର୍ମଚାରୀ ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ବଦଳି ଏବଂ ରୋଟେସନ୍ ପ୍ରକ୍ରିୟାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ସବୁ ଜିଲାପାଳଙ୍କୁ ନିର୍ଦେଶ ଜାରି କରାଯାଇଛି । ଏ ସଂକ୍ରାନ୍ତରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି।
ବିଭାଗରେ କାର୍ଯ୍ୟରତ ସେକ୍ସନ୍ ଅଫିସର, ବରିଷ୍ଠ ରାଜସ୍ବ ସହାୟକ, କନିଷ୍ଠ ରାଜସ୍ବ ସହାୟକ ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟରତ ରାଜସ୍ବ ସୁପରଭାଇଜର, ରାଜସ୍ବ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ, ଅମିନ ପ୍ରମୁଖ କର୍ମଚାରୀ; ଯେଉଁମାନେ ଗୋଟିଏ କାର୍ଯ୍ୟାଳୟରେ ତିନିବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ ଅଛନ୍ତି, ସେମାନଙ୍କର ବଦଳି ଓ ରୋଟେସନ୍ କରିବାକୁ ନିର୍ଦେଶ ଦିଆଯାଇଛି। ଜିଲାପାଳ, ଉପଜିଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ, ତହସିଲ କାର୍ଯ୍ୟାଳୟରେ ପ୍ରଶାସନିକ କାର୍ଯ୍ୟଦକ୍ଷତା, ସ୍ବଚ୍ଛତା ଓ ପାରଦର୍ଶିତା ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ନିର୍ଦେଶ ଜାରି କରାଯାଇଛି।
ସମସ୍ତ ଜିଲାପାଳଙ୍କୁ ଚଳିତ ବଦଳି ଋତୁ ମଧ୍ୟରେ ଅର୍ଥାତ ଜୁନ ୧୫ ସୁଦ୍ଧା ସମ୍ପୂର୍ଣ୍ଣ ବଦଳି ଓ ରୋଟେସନ୍ ପ୍ରକ୍ରିୟା ସମାପ୍ତ କରିବାକୁ ନିର୍ଦେଶ ଦିଆଯାଇଛି। ୩ ବର୍ଷରୁ ଅଧିକ ସମୟ ଧରି ଗୋଟିଏ କାର୍ଯ୍ୟାଳୟ କିମ୍ବା ପ୍ରତିଷ୍ଠାନରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବଦଳି ସରକାରଙ୍କ ପ୍ରଚଳିତ ନୀତି ଏବଂ ନିର୍ଦ୍ଦେଶାବଳୀ ଅନୁସାରେ ଅନୁପାଳନ ସୁନିଶ୍ଚିତ କରିବାକୁ କୁହାଯାଇଛି। ବଦଳି ପ୍ରକ୍ରିୟା ସମ୍ପନ୍ନ ହେବା ପରେ ବିସ୍ତୃତ ରିପୋର୍ଟ ତୁରନ୍ତ ବିଭାଗକୁ ପ୍ରେରଣ କରିବାକୁ ନିର୍ଦେଶ ରହିଛି ।
୩ ବର୍ଷରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ବଦଳି କର
