କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ତାମିଲଗା ଭେଟ୍ଟ୍ରି କାଝାଗମ (ଟିଭିକେ) ସରକାର ବୁଧବାର ତାମିଲନାଡୁ ବିଧାନସଭାରେ ଆସ୍ଥା ଭୋଟରେ ବହୁମତ ଅଙ୍କ ଅତିକ୍ରମ କରି ଏକ ପାଖିଆ ବିଜୟୀ ହୋଇଛନ୍ତି। ୧୪୪ ବିଧାୟକ ମୁଖ୍ୟମନ୍ତ୍ରୀ ବିଜୟଙ୍କ ସପକ୍ଷରେ ଭୋଟ ଦେଇଛନ୍ତି।

କଂଗ୍ରେସ, ସିପିଆଇ(ଏମ୍), ଭିସିକେ ଏବଂ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମଏଲ) ଆସ୍ଥା ଭୋଟରେ ବିଜୟଙ୍କ ନେତୃତ୍ୱାଧୀନ ସରକାରଙ୍କୁ ସମର୍ଥନ କରିଥିଲେ। କଂଗ୍ରେସ ଏହାର ୫ ବିଧାୟକଙ୍କ ସହିତ ସରକାରଙ୍କୁ ସମର୍ଥନ କରିଥିବା ବେଳେ, ସିପିଆଇ(ଏମ୍), ଭିସିକେ ଏବଂ ଆଇୟୁଏମଏଲ ଦୁଇଜଣ ଲେଖାଏଁ ବିଧାୟକ ସପକ୍ଷରେ ମତଦାନ କରିଥିଲେ। ବହିଷ୍କୃତ ଆମ୍ମା ମକ୍କଲ୍ ମୁନେଟ୍ରା କାଝାଗମ (ଏଏମଏମକେ) ବିଧାୟକ ଏସ କାମରାଜ ମଧ୍ୟ ସରକାରଙ୍କ ସପକ୍ଷରେ ଭୋଟ ଦେଇଥିଲେ। ଯାହା ମେଣ୍ଟ ସରକାରଙ୍କ ସଂଖ୍ୟା ୧୨୧ ଆସନରୁ ବହୁତ ଅଧିକ ରହିଛି।
ଏଆଇଏଡିଏମକେ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଇକେ ପଲାନିସ୍ୱାମୀ ଦଳୀୟ ବିଧାୟକଙ୍କୁ ବିଜୟ ସରକାରଙ୍କୁ ସମର୍ଥନ ନ କରିବାକୁ ଅନୁରୋଧ କରିଥିଲେ। ଦଳୀୟ ହ୍ୱିପ୍ ଜାରିକରି ଭୋଟ ନଦେବାକୁ ସଚେତନ କରିଥିଲେ।
