ଜିଲା ଓକିଲ ସଂଘ ନିର୍ବାଚନ      ଆଲୋକ ସଭାପତି, ତୁଷାର ଉପସଭାପତି ଓ ଅନ୍ତର୍ଯ୍ୟାମୀ ସମ୍ପାଦକ


କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ଜିଲା ଓକିଲ ସଂଘ ନିର୍ବାଚନରେ ସଭାପତି ଭାବେ ଆଲୋକ କୁମାର ମହାନ୍ତ, ତୁଷାରକାନ୍ତ ସାମନ୍ତ ଉପସଭାପତି ଓ ସମ୍ପାଦକ ଭାବେ ଅନ୍ତର୍ଯ୍ୟାମୀ ସାହୁ ନିର୍ବାଚିତ ହୋଇଛନ୍ତି ।

   ଶନିବାର ପୂର୍ବାହ୍ନ ୭ଟା ୩୦ମି.ରୁ ଭୋଟଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୩ଟାରେ ଶେଷ ହେବାପରେ ଅପରାହ୍ନ ୪ଟାରୁ ଭୋଟଗଣତି ଆରମ୍ଭ ହୋଇ ସନ୍ଧ୍ୟାରେ ବିଜୟୀ ପ୍ରାର୍ଥୀଙ୍କ ଫଳାଫଳକୁ ନିର୍ବାଚନ ଅଧିକାରୀ ଦେବାଶିଷ ରଣା ଘୋଷଣା କରିଥିଲେ । ସଂଘର ମୋଟ ୫୨୪ଜଣ ଭୋଟରଙ୍କ ମଧ୍ୟରୁ ୪୬୩ଜଣ ସଦସ୍ୟ ମତ ସାବ୍ୟସ୍ତ କରିଥିଲେ ।
       ସଭାପତି ପଦ ନିମନ୍ତେ ଆଲୋକ କୁମାର ମହାନ୍ତ, ଅଶୋକ କୁମାର ଦାସ ଓ ବସନ୍ତ କୁମାର ବେହେରାଙ୍କ ମଧ୍ୟରେ ତ୍ରିକୋଣୀୟ ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ ଆଲୋକ ୨୬ଖଣ୍ଡ ଭୋଟ ବ୍ୟବଧାନରେ ଲଗାତାର ତୃତୀୟଥର ପାଇଁ ବିଜୟୀ ହୋଇଛନ୍ତି । ଆଲୋକ ୨୧୮ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦି ବସନ୍ତ ୧୯୨ଖଣ୍ଡ ଓ ଅଶୋକ ୪୯ ଖଣ୍ଡ ପାଇଥିବା ବେଳେ ୪ଟି ଭୋଟ ନାକଚ ହୋଇଥିଲା । ଉପସଭାପତି ପଦ ନିମନ୍ତେ ତୁଷାରକାନ୍ତ ୨୩୭ଖଣ୍ଡ ଭୋଟ ପାଇ ୧୫ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦି ସେକ୍ ମହମ୍ମଦ ସାହାବୁଦ୍ଦିନ ଅଖତାର ୨୨୨ଖଣ୍ଡ ଭୋଟ ପାଇଥିବା ବେଳେ ୪ଟି ଭୋଟ ନାକଚ ହୋଇଛି ।

    ସମ୍ପାଦକ ଭାବେ ଅନ୍ତର୍ଯ୍ୟାମୀ ୧୯୨ଖଣ୍ଡ ଭୋଟ ପାଇ ୧୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦି ଅକ୍ଷୟ କୁମାର ଜେନା ୧୭୭ ଖଣ୍ଡ ଓ ଦୈତାରି ଆପଟ ୮୪ଖଣ୍ଡ ଭୋଟ ପାଇଥିବା ବେଳେ ୧୦ଟି ଭୋଟ ନାକଚ ହୋଇଛି । ୨ ଯୁଗ୍ମସମ୍ପାଦକ ପଦରେ ଦେବାଶିଷ ପତି ୨୬୦ଖଣ୍ଡ ଓ ତାରିଣୀ ପ୍ରସାଦ ପୋଥାଳ ୨୦୨ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଅର୍ଜନା ଦାଶ ୧୮୨ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିବା ବେଳେ ୪ଖଣ୍ଡ ଭୋଟ ନାକଚ ହୋଇଥିବା ନିର୍ବାଚନ ଅଧିକାରୀ ଦେବାଶିଷ ରଣା ଜଣାଇଛନ୍ତି ।

   ସେହିଭଳି ସଂଘର ୫ କାର୍ଯ୍ୟକାରୀ ସଦସ୍ୟ ନିମନ୍ତେ ଅନୀଲ କୁମାର ଦେହୁରୀ ଏକମାତ୍ର ପ୍ରାର୍ଥୀ ଭାବେ ନିର୍ଦ୍ଦରେ ବିଜୟୀ ହୋଇଥିବା ନିର୍ବାଚନ ଅଧିକାରୀ ଶ୍ରୀ ରଣା କହିଛନ୍ତି । ସଂଘର ବରିଷ୍ଠ ସଦସ୍ୟ ଅଜୟ କୁମାର ନାଥ, ତାପସ କୁମାର ମହାପାତ୍ର, ସଞ୍ଜୀତ ଦାସ, ସୁଧୀର କୁମାର ସାହୁ, କରୁଣାକର ବ୍ରହ୍ମ ଓ ମନୋଜ କୁମାର ବେହେରା ସହକାରୀ ନିର୍ବାଚନ ଅଧୂକାରୀ ଭାବେ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *