ମିଳନୀ ରେ ହାସ୍ୟ ବ୍ୟଙ୍ଗ ସାହିତ୍ୟ ଆସର
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ରାଜ୍ୟର ଅଗ୍ରଣୀ ସାରସ୍ଵତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ହାସ୍ୟ ବ୍ୟଙ୍ଗ ସାହିତ୍ୟ ଆସର ଅନୁଷ୍ଠାନର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ବରେ ମିଳନୀ ଭବନରେ ଅନୁଷ୍ଠିତ ହୋଇଯାଇଛି।
ଲିପିକା ଦାସ ପଟ୍ଟନାୟକଙ୍କ ମାଙ୍ଗଳିକ ଗାନ ମଧ୍ୟରେ ଅତିଥିମାନେ ଧୂପ ଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ସମ୍ପାଦକ ଡ. ଚିତ୍ତ ରଞ୍ଜନ ମିଶ୍ର ବ୍ୟଙ୍ଗର ଗୁରୁତ୍ଵ ସମ୍ପର୍କରେ ଅବିହିତ କରିଥିଲେ।
ବିଶିଷ୍ଟ ବ୍ୟଙ୍ଗକାର ଘନଶ୍ୟାମ ବୋଇତେଇ ସମ୍ମାନନୀୟ ଅତିଥିବକ୍ତା ଭାବେ ଯୋଗଦେଇ ବ୍ୟଙ୍ଗର ମହତ୍ତ୍ଵ ପ୍ରତିପାଦନ କରିଥିଲେ।
କବି ଦେବାଶିଷ ଚକ୍ରବର୍ତ୍ତୀ ତାଙ୍କର ସଭାପତୀୟ ଅଭିଭାଷଣରେ ଓଡ଼ିଆ ହାସ୍ୟବ୍ୟଙ୍ଗ ସାହିତ୍ୟର ପରମ୍ପରା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଦୁଷଣମୁକ୍ତ ସମାଜ ଗଠନରେ ବ୍ୟଙ୍ଗର ଭୂମିକା ଅପରିସୀମ ବୋଲି ମତପୋଷଣ କରିଥିଲେ।
କବୟିତ୍ରୀ ସୁଭଦ୍ରା ମହାନ୍ତଙ୍କ ସଂଯୋଜନାରେ ଗୀତାରାଣୀ ଦାଶ, ମମତାରାଣୀ ଦାସ, ଇନ୍ଦୁମତି ପାତ୍ର, ବୀଣାପାଣି ଜେନା, ଶୋଭନା ଜେନା, ଉମାକାନ୍ତ ବେହେରା, ନରହରି ମିଶ୍ର, ଭରତ ଚନ୍ଦ୍ର ପାତ୍ର, ଧ୍ରୁବାନନ୍ଦ ରାଉତ, ରୂପଶ୍ରୀ ଗନ୍ତାୟତ, ଡାକ୍ତର ଭାରତୀ ମହାପାତ୍ର, ଭାବିପ୍ରିୟା ସାହୁ, ଦେବଦତ୍ତ ଦେହୁରୀ, ପ୍ରାଧ୍ୟାପକ ଜଗନ୍ନାଥ ଜେନା, କୃଷ୍ଣ ପ୍ରସାଦ ମିଶ୍ର, ହରେକୃଷ୍ଣ ବେଜ, ଡାକ୍ତର ମଦନ ମୋହନ ମହାପତ୍ର, ଫକୀର ମୋହନ ମହାନ୍ତ, ବସନ୍ତ କୁମାର ରାଉତ, ପ୍ରତାପ କର୍ମକାର ପ୍ରମୁଖ ବହୁ କବି କବିତା ଆବୃତ୍ତି କରିଥିଲେ। ଶେଷରେ ଯୁଗ୍ମ ସମ୍ପାଦକ କବି ହରିହର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।
