ବୈତରଣୀରେ ଭାସି ଯୁବକ ମୃତ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଗାଧୋଇବାକୁ ଯାଇ ବୈତରଣୀ ନଦୀର ପ୍ରଖର ସ୍ରୋତରେ ଭାସି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଅଙ୍କୁରା ଗ୍ରାମର ବାସୁଦେବ ନାୟକଙ୍କ ପୁଅ ବିଜୟ ନାଏକ (୩୨) ସୋମବାର ଗାଁ ନିକଟସ୍ଥ ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଉପର ମୁଣ୍ଡରୁ ପ୍ରଖର ପାଣି ଆସିବାରୁ ସ୍ରୋତରେ ଭାସିଯାଇ ନିଖୋଜ ହୋଇଥିଲେ।

              ଖବରପାଇ ଅଗ୍ନିଶମ ବାହିନୀ ପକ୍ଷରୁ କେନ୍ଦ୍ରାଧିକାରୀ ଗୌରମୋହନ ହେମ୍ବ୍ରମଙ୍କ ନେତୃତ୍ୱରେ ଓଡ୍ରାଫ ଟିମ ପାଟଣା ଥାନା ଏଏସ୍ଆଇ ଗୌରହରି ଗରଡିଆଙ୍କ ଉପସ୍ଥିତିରେ ତଲାସି ଅଭିଯାନ କରି ମଙ୍ଗଳବାର ସକାଳ ସାଢେ ୯ଟା ସମୟରେ ଘଟଣାସ୍ଥଳ ଠାରୁ ପାଖାପାଖି ୫ଶହ ମିଟର ଦୂର ମାଟିଆ ମୁହାଣ ଏକ ପଥର ଖୋଲରୁ ବିଜୟ ନାଏକଙ୍କ ମୃତଦେହ ଉଦ୍ଧାର କରିଛି। ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ପୁଲିସ ମୃତଦେହକୁ ଜବତ କରି ପାଟଣା ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *