ଜିଲାସ୍ତରୀୟ ବିଶ୍ବ ବନ ଦିବସ-୨୦୨୬ ପାଳିତ



କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଅଡିଟୋରିୟମ ଠାରେ ଶନିବାର କେନ୍ଦୁଝର ବନଖଣ୍ଡ ପକ୍ଷରୁ ଜିଲାସ୍ତରୀୟ ବିଶ୍ଵ ବନ ଦିବସ-୨୦୨୬ ପାଳିତ ହୋଇଯାଇଛି । କେନ୍ଦୁଝର ବନଖଣ୍ଡ ଅଧୂକାରୀ ଧନରାଜ ଏଚ.ଡି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉପଲକ୍ଷେ ଆୟୋଜିତ ସଭାରେ କେନ୍ଦୁଝର ନଗରପାଳ ନିକୁ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକସ୍ଥିତିରେ ଜଙ୍ଗଲ ସୁରକ୍ଷା ଓ ଏହାର ସଂରକ୍ଷଣ ଆମ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜର ବିଷୟ ହୋଇଥିବା ବେଳେ ଏଥିପାଇଁ ବ୍ୟକ୍ତିଗତସ୍ତରରେ ସମସ୍ତେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ ।

    ଅନ୍ୟମାନଙ୍କ ମଧ୍ୟରେ ୧୪ତମ ଓଡିଶା ଏନସିସି ବାଟାଲିୟନ ଲେଫ୍ଟନାଣ୍ଟ କର୍ଣ୍ଣେଲ ମୟୁର ଘଡଗେ, ଆଇଏଏସ୍ ପ୍ରୋବେସନର ପଞ୍ଜନ ସିଂହ, ଆଇପିଏସ୍ ପ୍ରୋବେସନର ଶୁଭସ୍ନିଗ୍ଧା ସେଠୀ, ଅତିରିରିକ୍ତ ଆରକ୍ଷୀ ଅଧୀକ୍ଷକ ଜ୍ୟୋର୍ତିମୟ ଭୁକ୍ତା ପ୍ରମୁଖ ସମ୍ମାନିତ ଅତିଥ୍ ଭାବେ ଯୋଗଦେଇ ଚଳିତବର୍ଷର ଶୀର୍ଷକ ‘ଜଙ୍ଗଲ ଓ ଅର୍ଥନୀତୀ’ କିଭଳି ପରଷ୍ପର ପରିପୂରକ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିବା ସହ ଜଙ୍ଗଲସମ୍ପଦ ଓ ବନ ବନ୍ୟପ୍ରାଣୀ ସୁରକ୍ଷା ଆମ ସମସ୍ତଙ୍କ ପାଇଁ ଏକ ପ୍ରମୁଖ ଆହ୍ବାନ ହୋଇଥିବା ବେଳେ ଏହାର ଉଚିତ୍ ମୁକାବିଲା କରିବାକୁ ସମସ୍ତେ ଆଗେଇ ଆସିବାକୁ ଅନୁରୋଧ କରିଥିଲେ ।

    ଏହି ଅବସରରେ ଜଙ୍ଗଲ  ସମ୍ପଦର ସୁରକ୍ଷାରେ ନିୟୋଜିତ ବିଭିନ୍ନ ବନ ସୁରକ୍ଷା ସମିତିର ସଦସ୍ୟ ସଦସ୍ୟା ସେମାନଙ୍କ ନିଜ ନିଜର ଅନୁଭୂତି ବାଣ୍ଟିବା ସହ ଜଙ୍ଗଲ ସମ୍ପଦକୁ କିଭଳି ସୁରକ୍ଷିତ ରଖାଯିବା ସହ ମନୁଷ୍ୟକୃତ ଜଙ୍ଗଲରେ ନିଆଁକୁ କିଭଳି ରୋକାଯାଇ ପାରିବ ସେ ସମ୍ପର୍କରେ ମତ‌ବ୍ୟକ୍ତ କରିଥିଲେ । ଏହି ଅବସରରେ କର୍ମକ୍ଷେତ୍ରରେ ଲ୍ଲେଖନୀୟ ଅବଦାନ ପାଇଁ ବନ ବିଭାଗର କର୍ମଚାରୀଙ୍କୁ ଅତିଥୁଗଣ ନଗଦ ଅର୍ଥ ଅର୍ଥରାଶି ସହ ମାନପତ୍ର ଦେଇ ପୁରସ୍କୃତ କରିଥିଲେ ।

    ସଭା ପ୍ରାରମ୍ଭରେ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍.ଡି ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ଅବସରରେ ଏହି ଦିବସ ପାଳଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କିତ ବକ୍ତବ୍ୟ ପ୍ରଦାନ କରିଥିଲେ ।  ସହକାରୀ ବନ ସଂରକ୍ଷକ ପ୍ରତୀକ ଇନ୍ଦୁଲକର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *