ଛଟେଇ ପ୍ରତିବାଦରେ ଟିପିଏନଓଡିଏଲ୍ କର୍ମଚାରୀଙ୍କ ଆନ୍ଦୋଳନ

କେନ୍ଦୁଝର ସାଇନ(ଜ୍ଞାନରଞ୍ଜନ ମିଶ୍ର): ଟିପିଏନଓଡିଏଲ କେନ୍ଦୁଝର ସର୍କଲ ପାୱାରହାଉସସ୍ଥିତ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ପକ୍ଷରୁ ଆୟୋଜିତ ବିଦ୍ୟୁତ କର୍ମଚାରୀଙ୍କ ବର୍ତ୍ତମାନସ୍ଥିତିକୁ ଆଖିଆଗରେ ରଖି ବିଦ୍ୟୁତ ବଣ୍ଟନ ବିଭାଗ ଟାଟା ପାୱାର ମନମୁଖୀ କାର୍ଯ୍ୟକ୍ରମ ଓ ଶ୍ରମିକ ମାନଙ୍କୁ ଛଟେଇ ନୀତି ବିରୁଦ୍ଧରେ ଶ୍ରମିକ ସ୍ୱାର୍ଥକୁ ସୁରକ୍ଷା ଦାବିରେ ଗୁରୁବାର ଠାରୁ ଆରମ୍ଭ ହୋଇଛି କାର୍ଯ୍ୟବନ୍ଦ ଆନ୍ଦୋଳନ ।

      ବିଦ୍ୟୁତ ଉପୋଭୋକ୍ତାଙ୍କୁ ନିରବିଛିନ ବିଦ୍ୟୁତ ସେବା ପ୍ରଦାନ କରିବାରେ ରାଜ୍ୟସରକାରଙ୍କ ବୃହତ ପଦକ୍ଷେପ ଗୁଡିକୁ ଅକ୍ଷୁର୍ଣ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ । ଏ ସମ୍ପର୍କରେ ବିଦ୍ୟୁତ ଶ୍ରମିକ ମାନଙ୍କୁ ନେଇ ଏକ ଦାବିପତ୍ର ବିଦ୍ୟୁତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସଙ୍ଗଠନ ପକ୍ଷରୁ ପ୍ରଦାନ କରାଯାଇଛି । ସଙ୍ଗଠନ ତରଫରୁ ପ୍ରଦାନ କରାଯାଇଥିବା ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅନୁଯାୟୀ ଚଳିତ ମାସ ୧୪ରୁ ୨୦ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରିବା ଏବଂ ମେ ୨୧ ତାରିଖ କାର୍ଯ୍ୟଦିବସରୁ ସକାଳ ୬ ଘଟିକାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଅଧାଦିନର ସାମୁହିକ ଛୁଟି ଦରଖାସ୍ତ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରିବା ସହ ନିଜ ଅଞ୍ଚଳର ବିଧାୟକ ଓ ସାଂସଦଙ୍କ ଜରିଆରେ ଓଡ଼ିଶାର ବିଦ୍ୟୁତ କର୍ମଚାରୀଙ୍କ ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିବେଦନ କରିବାକୁ ସଂଘ ନିଷ୍ପତ୍ତି ନେଇଛି ।

      ଏହି ସବୁ କାର୍ଯ୍ୟକ୍ରମ କରିବା ପାଇଁ ସଙ୍ଗଠନର କେନ୍ଦୁଝର ସର୍କଲ ସଙ୍ଗଠକ ସଞ୍ଚୟ ପାଢୀଙ୍କ ନେତୃତ୍ବରେ ଡିଭିଜନ ସମ୍ପାଦକ ଅମରେଶ ଘୋଷ ଓ ଯୋଡା ଡିଭିଜନ ସମ୍ପାଦକ ଚକ୍ରଧର ବେହେରା, ଏମଆରଟି ଡିଭିଜନ ସମ୍ପାଦକ ରଞ୍ଜନ କୁମାର ପ୍ରଧାନ ସହଯୋଗ କରିବା ସହିତ ବିଇଏ ସେଲ ସମ୍ପାଦକ ଅନୀଲ କୁମାର ଦାସ, ପ୍ରୀରଞ୍ଜନ ବେହେରା , ଗୌତମ ସେଠୀ , ରଘୁନାଥ ଦାସ , ହେମନ୍ତ କୁମାର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନକୁ ଜୋରଦାର କରିଛନ୍ତି । ସଙ୍ଗଠନ ଜୋନାଲ ସମ୍ପାଦକ ହରିଶ୍ଚନ୍ଦ୍ର ଦାସ ଟାଟା ପାୱାର ଉପରିସ୍ଥ ଅଧିକାରୀ ଓ ରାଜ୍ଯ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *