କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଭାରତୀୟ ସେନାର ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ନିଯୁକ୍ତି ପାଇଁ ୨୦୨୬–୨୭ ନିଯୁକ୍ତି ବର୍ଷର ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା (CEE) ନିମିତ୍ତେ ପଞ୍ଜୀକରଣ ପ୍ରକ୍ରିୟା ୧୩ ଫେବୃଆରୀରୁ ୧୦ ଏପ୍ରିଲ୍ ୨୦୨୬ ପର୍ଯ୍ୟନ୍ତ ଚାଲୁ ରହିବ।
ଯୋଗ୍ୟ ଆଶାୟୀମାନେ ଭାରତୀୟ ସେନାର ନିର୍ଦ୍ଧାରିତ ୱେବସାଇଟ୍ www.joinindianarmy.nic.in ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ। ପଞ୍ଜୀକରଣ ଓ ଆବେଦନ ପ୍ରକ୍ରିୟା ସହଜରେ ବୁଝିବା ପାଇଁ ଆବଶ୍ୟକ ଭିଡିଓ ଓ ନିର୍ଦ୍ଦେଶନାମା ମଧ୍ୟ ୱେବସାଇଟ୍ରେ ଉପଲବ୍ଧ ଅଛି। ଆଶାୟୀମାନେ ପ୍ରଥମେ ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା (CEE) ରେ ଅବଶ୍ୟ ଉପସ୍ଥିତ ହେବାକୁ ପଡିବ। ଏହି ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ ଏବଂ ପ୍ରତ୍ୟେକ ଆଶାୟୀଙ୍କୁ ୨୫୦ଟଙ୍କା ପରୀକ୍ଷା ଶୁଳ୍କ ଦେବାକୁ ହେବ। ଅନଲାଇନ୍ CEE ପରୀକ୍ଷା ଜୁନ୍ ୨୦୨୬ ମାସରେ ଆୟୋଜିତ ସମ୍ଭାବନା ରହିଛି।
ନିର୍ଦ୍ଧିଷ୍ଟ ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ। ଏ ସମ୍ବନ୍ଧରେ କୌଣସି ପ୍ରଶ୍ନ ବା ସ୍ୱଷ୍ଟତା ପାଇଁ ଓଡ଼ିଶା ରାଜ୍ୟର ଅନୁଗୁଳ, ବରଗଡ, ବଲାଙ୍ଗୀର, ଦେଓଗଡ, ଢେଙ୍କାନାଳ, ଝାରସୁଗୁଡା, କେନ୍ଦୁଝର, ସୁବର୍ଣ୍ଣପୁର, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାର ଆଶାୟୀମାନେ ଆର୍ମି ରିକ୍ରୁଟିଂ ଅଫିସ ସମ୍ବଲପୁର ସହିତ ଲ୍ୟାଣ୍ଡଲାଇନ୍ ନମ୍ବର ୦୬୬୩-୨୫୨୦୮୪୫ରେ ଯୋଗାଯୋଗ କରିପାରିବେ।
