କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନ୍ସ କିଟ୍ ୟୁନିଭରସିଟି ଭୁବନେଶ୍ୱର ତରଫରୁ କିଡସ୍ ପ୍ରେକ୍ଷାଳୟରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ କେନ୍ଦୁଝର ସୁନାମଧନ୍ୟ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କୁମାର ଓତାଙ୍କୁ ସମାଜସେବା ପାଇଁ କିଟ୍ ପ୍ରତିଷ୍ଠାତା ଭିଜିଓନାରି ଲିଡର ଡ. ଅଚ୍ୟୁତ ସାମନ୍ତଙ୍କ ପରାମର୍ଶକ୍ରମେ କିଡସ ଡାଇରେକ୍ଟର ଡ. ଯୁଗଜ୍ୟୋତି ପାଠୀ ଓ ପ୍ରିନସିପାଲ ଡ. ସଂଘମେସ ଏନ୍ ସି ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଡାକ୍ତର ଓତା ଅସହାୟ ଶିଶୁ ଏବଂ ଦିବ୍ୟାଙ୍ଗ ଶିଶୁ ମାନଙ୍କୁ ଓଡିଶା ସାରା ନିଜର ଚେଷ୍ଟା ଫଳରେ ସେମାନଙ୍କର ସେବା ଓ ସାହାଯ୍ୟ କରିଆସୁଛନ୍ତି । ଏହିଭଳି ନିସ୍ଵାର୍ଥପର ସେବା କରିଆସୁଛନ୍ତି । ଡା. ଓତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ସମ୍ବର୍ଦ୍ଧନା ଉତ୍ସବରେ ଓଡିଶାର ବିଭିନ୍ନ ଡାକ୍ତରୀ କଲେଜରୁ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
