କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଆଇପିଏସ୍ ସ୍ତରରେ ମଙ୍ଗଳବାର ଏକ ଛୋଟଧରଣର ଅଦଳ ବଦଳ କରାଯାଇଛିି । ବ୍ରହ୍ମପୁର ଏସ୍ପି ଡ.ସର୍ବଣା ବିବେକ ଏମ୍ଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତି ଦିଆଯାଇଛି । ୨୦୧୩ ବ୍ୟାଚ୍ ଆଇପିଏସ ଅଫିସର ଜଗମୋହନ ମୀନା ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ଡ.ସର୍ବଣାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।
ଅନୁରୂପ ଭାବେ ଢେଙ୍କାନାଳ ଏସପି ୨୦୧୯ ବ୍ୟାଚ୍ ଆଇପିଏସ୍ ଅଫିସର ଅଭିନବ ସୋନକରଙ୍କୁ ବ୍ରହ୍ମପୁର ଏସପି ଭାବେ ବଦଳି କରାଯାଇଛି । ପାରାଦୀପ ଆଡିସିନାଲ ଏସପି ୨୦୨୨ ବ୍ୟାଚ୍ ଆଇପିଏସ ଅଫିସର ଆଜିଙ୍କ୍ୟ ବି ମାନେଙ୍କୁ ଢେଙ୍କାନାଳ ଏସପି ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟ ପୁଲିସ ମୁଖ୍ୟାଳୟରେ ଆଡିସିନାଲ ଏସପି ଥିବା ୨୦୨୧ ବ୍ୟାଚ୍ ଆଇପିଏସ ଅଫିସର ଏ.ବି.ଶିଳ୍ପାଙ୍କୁ ବରଗଡ଼ ଏସଡିପିଓ ଭାବେ ନିଯୁକ୍ତି ଦିଆଯାଇଛି ।
