ବୈତରଣୀ ବିହାର ସାଂସ୍କୃତିକ ପରିଷଦର ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ



କେନ୍ଦୁଝର ସାଇନ(ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝରଗଡ଼ ପୌରପାଳିକା ଅଧୀନସ୍ଥ ୧୪ ନମ୍ବର ୱାର୍ଡରେ ଅବସ୍ତିତ ବୈତରଣୀ ବିହାର ସାଂସ୍କୃତିକ ପରିଷଦର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ପୌରପରିଷଦ ଅଧ୍ୟକ୍ଷା ନୀକୁ ସାହୁ ମୁଖ୍ୟଅତିଥି ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ କୁମାର ନାୟକ ମୁଖ୍ଯବକ୍ତା ଭାବେ ଯୋଗଦାନ କରିଥିଲେ l ଶ୍ରୀମତୀ ସାହୁ ବୈତରଣୀ ବିହାର ବାସିନ୍ଦା ମାନଙ୍କର ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହ ଉକ୍ତ କଲୋନୀର ବିଭିନ୍ନ ସମସ୍ୟାର ଆଶୁ ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ l କାର୍ଯ୍ୟ ନିର୍ବାହୀ ଅଧିକାରୀ ଏହି କଲୋନୀର ଡ୍ରେନ୍ ଓ ରାସ୍ତା ପୁନଃନିର୍ମାଣ କରିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ l

      ଉକ୍ତ ସଭାରେ ଡ. କାର୍ତ୍ତିକ ଚନ୍ଦ୍ର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଅଭ୍ୟର୍ଥନା ସମିତିର ଅଧ୍ୟକ୍ଷ ନିରୋଦ ଚନ୍ଦ୍ର ବେହେରା ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ପାଦକ ମହେଶ୍ଵର ପାଣିଗ୍ରାହୀ ସଙ୍ଗଠନର ବିବରଣୀ ପାଠ କରିଥିଲେ । ପ୍ରତିଷ୍ଠାତା କାର୍ଯ୍ୟକାରୀ ସମିତିର ସମସ୍ତ ସଭ୍ୟମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧନା ପୂର୍ବକ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରିଥିଲ l ଶେଷରେ ଉପସଭାପତି କୈଳାସ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

      ଅଧିବେଶନର ଦିତୀୟ ଭାଗରେ ନିର୍ବାଚନ ଅଧିକାରୀ ନାଥ ନାୟକଙ୍କ ପରିଚାଳନାରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l ଏଥିରେ ଶ୍ରୀ ନିରୋଧ ଚନ୍ଦ୍ର ବେହେରା ସଭାପତି, ଉପସଭାପତି ସୁରେଶ ଚନ୍ଦ୍ର ସାହୁ, ସମ୍ପାଦକ ଗୋପିନାଥ ସାହୁ, ସହସମ୍ପାଦକ ରଞ୍ଜନ କୁମାର ସାହୁ, କୋଷାଧ୍ଯକ୍ଷ ସୁଶୀଲ କୁମାର ନାୟକ ମନୋନୀତ କରାଯାଇଥିଲା l କାର୍ଯ୍ୟକାରୀ ସମିତିର ସଦସ୍ୟ ରୂପେ ନୀଳମଣି ଲେଙ୍କା, ଗଦାଧର ସେଠୀ, ଅଂଶୁମାନ ମହାପାତ୍ର, ଚନ୍ଦ୍ରଶେଖର ମିଶ୍ର, ବିପ୍ଳବ କୁମାର ସାହୁ, ଚନ୍ଦ୍ରଶେଖର ମୁଖାର୍ଜୀ, ଅମର ଜ୍ୟୋତି ସାହୁ, ଆଶିଷ କୁମାର ସାହୁ, ସୁଜିତ କୁମାର ଗୁପ୍ତା, ସତ୍ୟପ୍ରିୟ ମହାନ୍ତ ମନୋନୀତ ହୋଇଥିଲେ l ଶେଷରେ ସଭାପତିଙ୍କ ଅଭିଭାଷଣ ପରେ ସଭା ସାଙ୍ଗ କରାଯାଇଥିଲା l

Leave a Reply

Your email address will not be published. Required fields are marked *