କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଯେତେଥର କେନ୍ଦୁଝର ଗସ୍ତରେ ଆସିଛନ୍ତି, ପ୍ରତ୍ୟେକ ଗସ୍ତର ସଭା ସମିତିରେ ‘ସୁନାର କେନ୍ଦୁଝର’ ଗଠନ ନେଇ ଜିଲାବାସୀଙ୍କୁ କହି ଆସୁଛନ୍ତି ।

ଅବଶ୍ୟ ଇତିମଧ୍ୟରେ କେନ୍ଦୁଝର ସହରର ସୌନ୍ଦର୍ଯ୍ୟକରଣ ବୃଦ୍ଧି ନେଇ ଉଦ୍ୟମ ଜାରି ରହିଛି । ତେବେ ଗାଁ ନିରିମଳ ଧୋବା ତୁଠରୁ… ଭଳି କେନ୍ଦୁଝର ସହରର ପ୍ରମୁଖ ରାସ୍ତା ଉପରେ ଦିନ ୧୦ଟା ପର୍ଯ୍ୟନ୍ତ କୁଢ କୁଢ ଆବର୍ଜନା ଜମା ହୋଇ ରହିବା ଏହା କେଉଁ ପ୍ରକାର ସୁନାର କେନ୍ଦୁଝର ନିର୍ମାଣ ବୋଲି ଗତ କିଛିଦିନ ଧରି ବୁଦ୍ଧିଜୀବୀ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।
